ବାତ୍ୟା ‘ଅର୍ଣ୍ଣବ’ କ୍ରମଶଃ ଶକ୍ତି ହରାଇ ଦୁର୍ବଳ ହେଉଛି । ରାତିରେ ଗଭୀର ଅବପାତ ରୂପ ନେଇ ଆହୁରି ଅଧିକ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଏବେ ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶା ସଂଲଗ୍ନ ଛତିଶଗଡ଼ ଦେଇ ଆଗକୁ ବଢୁଥିବା ଗଭୀର ଅବପାତ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ ।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ଭୀଷଣ ବର୍ଷା ସାଙ୍ଗକୁ ୪୦-୫୦ କିମି ବେଗରେ ପବନ ଆଣଙ୍କା ଅଛି I ପବନ ଝଟକା ୬୦ କିମି ଭିତରେ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦-୪୦ ପବନ ରହିପାରେ। ଝଟକା ପବନ ୫୦ କିମି ଛୁଇଁପାରେ। ୩୦ରୁ ବର୍ଷା ପ୍ରକୋପ କମିଯିବ।
