ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଛଅଟି ଦମକଳ ବାହିନୀ ପହଞ୍ଚିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଥମେ ଫ୍ଲାଟରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। କିଛି ସମୟ ମଧ୍ୟରେ ଏହା ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା। ନିଆଁର ଶିଖା ପାଖରେ ଥିବା ଅନ୍ୟ ଏକ ଫ୍ଲାଟକୁ ମଧ୍ୟ ବ୍ୟାପିଯାଇଥିଲା।ଘଟଣାର ସୂଚନା ପାଇବା ପରେ ଫାୟାର ବ୍ରିଗେଡର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ସ୍ତରରେ ଅଗ୍ନି ଲିଭାଇବାକୁ ଚେଷ୍ଟା କରିଥିଲେ।ପ୍ରାଥମିକ ତଦନ୍ତରୁ ଏସି ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
