ପରିସ୍ଥିତି ଗମ୍ଭୀର, ତୁରନ୍ତ ଇରାନ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ସତର୍କ କଲା ଭାରତୀୟ ଦୂତାବାସ

ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ଅର୍ଥାତ ଆଜି କିମ୍ବା ମଙ୍ଗଳବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇପାରେ ଭୟଙ୍କର ହମଲା । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି । ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି, ଯାହା ଦ୍ୱାରା ଦୂତାବାସରେ ଯୋଗାଯୋଗ କରାଯାଇପାରିବ । ନମ୍ବର ଗୁଡିକ ଗେଲା +୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୯ ,+୯୮ ୯୧୨ ୮୧୦ ୯୧୦୨, +୯୮ ୯୯୩ ୨୧୭ ୯୩୫୯ ।ସମ୍ଭାବ୍ୟ ଯୁଦ୍ଧ ପାଇଁ ଇରାନ ବି ସାମରିକ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଇରାନ ତାର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ରଣନୀତିକ ସ୍ଥାନରେ ମୁତୟନ କରିଛି । ଘନ ଘନ ଯୁଦ୍ଧାଭ୍ୟାସ ଜାରି ରଖିଛି । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ସୁରକ୍ଷା ବଳଗୁଡ଼ିକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ଏଥିରୁ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଛି । ଆମେରିକାର ପୂର୍ବତନ ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ଅଧିକାରୀ ଜନ୍ କିରିଆକୋ ସମ୍ଭାବ୍ୟ ‘ତୃତୀୟ ବିଶ୍ୱଯୁଦ୍ଧ’ ବାବଦରେ ସତର୍କ କରାଇଛନ୍ତି । କହିଛନ୍ତି, ତେହରାନ ଉପରେ ଆକ୍ରମଣ ଲାଗି ହ୍ୱାଇଟ ହାଉସରେ ନିଷ୍ପତ୍ତି ହୋଇସାରିଛି । ୪୮ ଘଣ୍ଟାରେ ଯୁଦ୍ଧ ହେବା ନିଶ୍ଚିତ ।

ଅଧିକ ପଢନ୍ତୁ

kc ads