ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ, ତାଙ୍କ ଦେହ ସାରା ଜଳିଯାଇଥିଲା । ପୋଡଶୀଙ୍କ ଠାରୁ ଖବର ପାଇ ୧୧୨ ଗାଡ଼ି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୃଦ୍ଧଙ୍କ ପୁଅ ମରିଯିବା ପରେ ବୋହୂ ଏଭଳି ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଅଭିଯୁକ୍ତ ବୋହୂକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
