ଅଗଷ୍ଟ ୩୦ରେ ନିଟ୍-ପିଜି୨୦୨୬ ପରୀକ୍ଷା,ପରୀକ୍ଷା କମ୍ପ୍ୟୁଟର ମୋଡ୍‌ରେ ହେବ

ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା। ଏହି ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ଜୁଲାଇ ୧ ଅପରାହ୍ନ ୫ଟାରୁ ପଞ୍ଜୀକରଣ ଓ୍ୱିଣ୍ଡୋ ଜୁଲାଇ ୨୧ ରାତି ୧୧ଟା ୫୫ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ। ପରୀକ୍ଷା କମ୍ପ୍ୟୁଟର ମୋଡ୍‌ରେ ହେବ ବୋଲି ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ ଓ୍ୱେବ୍‌ସାଇଟ natboard.edu.inକୁ ଯାଇ ଏନ୍‌ଇଇଟି-ପିଜି ୨୦୨୬ ଆବେଦନପତ୍ର ପୂରଣ କରି ଦାଖଲ କରିପାରିବେ। କେଉଁ ସହରରେ ପରୀକ୍ଷା ହେବ ତାହାର ସୂଚନା ଅଗଷ୍ଟ ୧୧ରେ ଜାରି କରାଯିବ। ସେପ୍ଟେମ୍ୱର ୩୦ ସୁଦ୍ଧା ଏନ୍‌ଇଇଟି-ପିଜି ଫଳାଫଳ ପ୍ରକାଶ ପାଇବ।ପରୀକ୍ଷା ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ ପ୍ରାର୍ଥୀମାନେ NBEMS ର ଯୋଗାଯୋଗ ୱେବ୍ ପୋର୍ଟାଲର ସହାୟତା ନେଇପାରିବେ ।

ଅଧିକ ପଢନ୍ତୁ