ପାଲଲହଡାରେ ଥମୁନି ଟିଙ୍କ ଆତଙ୍କ । ଘରେ, ବାହାରେ, ଚାରିଆଡେ ମାଡି ଯାଉଛନ୍ତି ଟିଙ୍କ

ପାଲଲହଡାରେ ଥମୁନି ଟିଙ୍କ ଆତଙ୍କ । ଘରେ, ବାହାରେ, ଚାରିଆଡେ ମାଡି ଯାଉଛନ୍ତି ଟିଙ୍କ । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ଓଲଟା ବଢି ବଢି ଚାଲିଛି । ଅନୁଗୁଳ ଜିଲ୍ଲା ବତିସୁଆଁର ପଞ୍ଚାୟତ ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ସନ୍ଧ୍ୟା ହେଲେ ଘରେ ଆଉ ବାହାରେ, ଚାରିଆଡ଼େ ଟିଙ୍କ । କୁଆଡ଼ୁ ମାଡ଼ି ଆସୁଛନ୍ତି। କାନ୍ଥ ବାଡ ଠାରୁ ଆରମ୍ଭ କରି ମଣିଷ ଓ ପଶୁଙ୍କ ଦେହରେ ଚରିଯାଉଛନ୍ତି । ଏହାକୁ ପତରିଆ ଟିଙ୍କ କହୁଛନ୍ତି ଗାଁ ଲୋକ। ବଞ୍ଚିବା ମୁସ୍କିଲ୍ କରିଦେଲେଣି ଟିଙ୍କ । ଏମାନଙ୍କ ଦାଉରୁ ରକ୍ଷା ପାଇଁ ପ୍ରତିକାର ନିମନ୍ତେ ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ତେବେ ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅଧିକ ପଢନ୍ତୁ

kc ads