ପୁଣି ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏନେଇ ସେ ଜିଲ୍ଲାକୁ ଜିଲ୍ଲା ବୁଲି ପୁଣି ଦଳୀୟ ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ ଜିଲ୍ଲା ଗସ୍ତ ପୂର୍ବରୁ ନବୀନ ପଟ୍ଟନାୟକ ୧୦୦ ଟି ବିଧାନସଭା ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଛନ୍ତି । ଏଥିରେ ନବୀନ ଦଳୀୟ ନେତାଙ୍କୁ କହିଛନ୍ତି କି, ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନ ଆଣ ।ଆଜି ନବୀନ ନିବାସରେ ହୋଇଥିବା ବୈଠକରେ ମୁଖ୍ୟତ ୬ ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, ମହିଳା ନିର୍ଯାତନା, ଆଇନଶୃଙ୍ଖଳା, ମହିଳା ସଶକ୍ତିକରଣରେ ବିଫଳତା, ଭତ୍ତା ଦେବାରେ ବିଫଳ, ମେକ୍ ଇନ୍ ଓଡ଼ିଶା କ୍ଷେତ୍ରରେ ବିଫଳତା ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା କିଭଳି ଭାରତରେ ବଦନାମ ହେଉଛି ତା ଉପରେ ଆଲୋଚନା ହୋଇଛି ।
