ପୂରଣ ହେଲା ପନ୍ଦର ବର୍ଷର ପଣ। ଦିଦି ହାରିବା ପରେ ଖୁସିରେ ଲଣ୍ଡା ହେଲେ 

ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା। ମମତା ବାନାର୍ଜୀଙ୍କ ପରାଜୟ ଅପେକ୍ଷାରେ ଜଣେ ବ୍ୟକ୍ତି ୧୫ ବର୍ଷ ହେଲା ନିଜ ଚୁଟି କାଟିନଥିଲେ ।ଶେଷରେ ୨୦୨୬ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ଲଣ୍ଡା ହୋଇଥିଲେ। ରିପୋର୍ଟ ଅନୁଯାୟୀ, ୨୦୧୧ ମସିହାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବଙ୍ଗଳାରେ କ୍ଷମତାକୁ ଆସିବା ପରେ ବଙ୍ଗଳାର ବାମନ ପାରା ଗାଁର ବାସିନ୍ଦା ବିଜେପି ସମର୍ଥକ ବନେଶ୍ଵର ବର୍ମନ ଏହି ପ୍ରତିଜ୍ଞା ନେଇଥିଲେ। ତା’ପରେ ସେ ଘୋଷଣା କରିଥିଲେ ଯେ ରାଜ୍ୟରେ ତୃଣମୂଳ କଂଗ୍ରେସକୁ କ୍ଷମତାରୁ ବାହାର ନ କରିବା ପର୍ଯ୍ୟନ୍ତ ସେ ତାଙ୍କ କେଶ କାଟିବେ ନାହିଁ।ଲୋକେ ତାଙ୍କ ଲମ୍ବା କେଶ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। କିନ୍ତୁ ସେ କହୁଥିଲେ, ମୋ ଗାଁରେ କିଛି ଉନ୍ନତି ହେଉନି। ମୋ ପରିବାର ଭାରି କଷ୍ଟରେ ଚଳୁଛି। ତେଣୁ ଏହି ସରକାର ବଦଳିଲେ ହିଁ ମୁଁ ଚୁଟି କାଟିବି। ମେ’ ୪ରେ ବେଙ୍ଗଲ ରେଜଲ୍ଟ ବାହାରିବା ପରେ ଖୁସିରେ ଝୁମି ଉଠିଥିଲେ ବନେଶ୍ୱର। ଗୁରୁବାର ଦିନ ନିଜ ଘରେ ସାହିପଡିଶାଙ୍କୁ ଡାକି ଘର ପାଖରେ ଲଣ୍ଡା ହୋଇଥିଲେ। ଖୁସିରେ ସମସ୍ତଙ୍କୁ ମୁଢ଼ି ବାଣ୍ଟିଥିଲେ। ବନେଶ୍ବର ବିଜେପିର ଜଣେ ସମର୍ଥକ ଭାବେ ଆଖପାଖ ଅଞ୍ଚଳରେ ଜଣାଶୁଣା।

ଅଧିକ ପଢନ୍ତୁ