ରାୟଗଡ (ନିପ୍ର) ୨୬/୦୪ – ରାୟଗଡ ଜିଲ୍ଲା ପ୍ରେସ ୟୁନିଅନ ତାହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିଛି । ସ୍ଥାନୀୟ ବିଜୁ ପଟନାୟକ ଅଡ଼ିଟରିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଟିଭି ଚ୍ୟାନଲର ମୁଖ୍ୟ ସଂପାଦକ ଶିଶିର କୁମାର ଭଟମିଶ୍ର ଯୋଗଦାନ କରିଥିଲେ । ବର୍ତମାନ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ବିପଦ ସାଜିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ମୂଲ୍ୟହୀନ ଖବର ପ୍ରସାର ଓ ପ୍ରତିଯୋଗିତାମୂଳକ ଖବର ପ୍ରସାରଣ ଯୋଗୁଁ ପ୍ରକୃତ ସାମ୍ବାଦିକଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ଉପୁଜିଥିବା ନେଇ ମୁଖ୍ୟ ଅତିଥି ଶ୍ରୀ ଭଟମିଶ୍ର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପରାମର୍ଶ ସଦସ୍ୟ ସ୍ୱାମୀ ପରମାନନ୍ଦ ସରସ୍ୱତୀ । ଋଗ ବେଦର ଶ୍ଳୋକରୁ ନିଜର ପ୍ରାରମ୍ଭ ଭାଷଣ ପ୍ରଦାନ କରି ଲୋକତନ୍ତ୍ର ଭିତିହୀନ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯୋଗୁଁ ସମ୍ବିଧାନ ବିପଦରେ ଥିବା ପ୍ରକାଶ କରିଥିଲେ । ପ୍ରତ୍ୟକ୍ଷରେ ସମାଜକୁ ସଜାଡ଼ିବାକୁ ହେଲେ ଗଣମାଧ୍ୟମକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ନିଜ ଅଭିଭାଷଣରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ସାରଦା ଲାହାଙ୍ଗୀର ଯୋଗଦେଇ ସାମ୍ବାଦିକ କ୍ଷେତ୍ରରେ ପ୍ରତିନିଧିଙ୍କ ଶାଶ୍ୱତ ଓ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ କଳାକାରମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରଥିଲେ । ସଭାପତି ଅମୁଲ୍ୟ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶିବାଜୀ ଦାଶ ବିବରଣୀ ପାଠ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ତରଫରୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୟ କୁମାର ଚୌଧୁରୀ, ପ୍ରଗ୍ୟାଜଂଳୀ ରାଉତ, ସମାଜସେବୀ ପାଇଁ କାମେଶ୍ୱର ସାହୁ, ଚଳତି ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ସୁଶ୍ରୀ ଶୁଭୋଶ୍ରୀ ଦାଶଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗର ଉପ-ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରେସନ ୟୁନିୟନ ତରଫରୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଦୁଷ୍ମନ୍ତ ମହାନ୍ତି, ପ୍ରସନ୍ନ ଗନ୍ତାୟତ, ଏସଡିସି ଉପାଧ୍ୟକ୍ଷା ମଂଜୁଳା ମିଣିୟାକ, ବରିଷ୍ଠ ଆଇନଜୀବି ମଦନ ମୋହନ ପାଢୀ, ଲାବଣ୍ୟ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ସନ୍ତୋଷ ପାଣିଗ୍ରାହି, ଅମୁଲ୍ୟ ନିଶଙ୍କ, ଧରଣୀଧର ପଟ୍ଟନାୟକ , ମୃତ୍ୟୁଜଂୟ ନନ୍ଦ, ସନ୍ତୋଷ ପାଢୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉଦଘୋଷିକା ବିଦିଶା ଶତପଥି ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ନିଳାଚଂଳ ମିଶ୍ର ।
