ବହି ବିଭ୍ରାଟ ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ

ବହୁ ଚର୍ଚ୍ଚିତ ବହି ବିଭ୍ରାଟ ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ SCERT ନିର୍ଦ୍ଦେଶକ ଥିବା ବେଳେ ବହି ଛପା ଯାଇଥିଲା। ତେଣୁ ତ୍ରୁଟି କେମିତି ହେଲା? ତ୍ରୁଟି ପଛରେ କିଏ ? ଏତେ ତ୍ରୁଟି ହେଲା ସେ କେମିତି ଜାଣି ପାରିଲେନି? ସେ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତେବେ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଚିହ୍ନଟ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।ରିପୋର୍ଟ ଅନୁଯାୟୀ, ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (SCERT) ସୋମବାର ରାଜ୍ୟ କ୍ରାଇମ୍ ବ୍ରାଞ୍ଚରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲା। ଯାହା ପରେ ତାଙ୍କୁ ଅଟକ ରଖାଯାଇଥିଲା।କ୍ରାଇମ୍ ବ୍ରାଞ୍ଚ ନିର୍ଦ୍ଦେଶକ ଜେନେରାଲ ବିନୟତୋଷ ମିଶ୍ର ଏନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ତଦନ୍ତର ନେତୃତ୍ୱ ନେଉଛି।

ଅଧିକ ପଢନ୍ତୁ