ବହୁ ଚର୍ଚ୍ଚିତ ନିଖିଲ ହତ୍ୟାକାଣ୍ଡରେ ଗିରଫ ହେଲେ ୯ ଅଭିଯୁକ୍ତ

ରାୟଗଡ଼ ତା ୧୭/୦୫ (ନିପ୍ର) ଧରା ପଡ଼ିଲେ ରାୟଗଡ଼ା ସହରରେ ଗତ ୯ ତାରିଖ ରାତିରେ ଘଟିଥିବା ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ୯ ଅଭିଯୁକ୍ତ । ଉକ୍ତ ଅଭିଯୁକ୍ତ ମାନେ ହେଲେ ରାୟଗଡା ସହର ରୋହିତ କଲୋନୀର ଉମେଶ ଚନ୍ଦ୍ର ହିଆଲ (୩୨), ଦୋରାଗୁଡା ଥାନା ଅନ୍ତର୍ଗତ କମ୍ପର ଗ୍ରାମର ରାଜ ସେମିଳି(୨୪) , ରାୟଗଡ଼ା ସ୍ଥିତ ଆର କେ ନଗରର ଅକ୍ଷୟ ସାମଲ(୩୨) ରାୟଗଡ଼ା ସହରର ତୁମ୍ବିଗୁଡା ର ରାଜା ହୁଈକା , ରାୟଗଡା ସହରର ସୁମିତ ଜୈନ (୩୬) , ଭି ଲୋକେଶ କୁମାର (୩୦) ଘର ରାୟଗଡା,ୱାଇ ଶ୍ୟାମ ସୁନ୍ଦର(୨୫) ଧୋବା ସାହି ରାୟଗଡା, ବି ପବନ କୁମାର (୨୬) ଘର ହାଉସିଂ ବୋର୍ଡ ରାୟଗଡା, ଏସ ପ୍ରେମ କୁମାର (୨୪) ଘର ରାୟଗଡା। ଅଭିଯୁକ୍ତ ମାନଙ୍କୁ ରାୟଗଡ଼ା ଏସ ପି ଏସ ସ୍ୱାତୀ କୁମାର ଗଣମାଧ୍ୟମ ଆଗରେ ଦେଖାଇବା ସହ ସେମାନଙ୍କର ଦୁଇଟି ଗାଡ଼ି ଗୋଟିଏ , ବନ୍ଧୁକ, ମୋବାଇଲ ଫୋନ୍, ଏଟିଏମ୍ , ଓ ଆଧାର କାର୍ଡ ଗୁଡିକ ଜବତ କରିଥିବା କହିଛନ୍ତି । ଏହି ହତ୍ୟାକାଣ୍ଡରେ ସମୁଦାୟ ୨୧ ଜଣ ଅଭିଯୁକ୍ତ ରହିଥିବା ବେଳେ ଅନ୍ୟମାନଙ୍କୁ ଧରିବା ନେଇ ପୋଲିସ ପକ୍ଷରୁ ଚେଷ୍ଟା କରୁଥିବା ବେଳେ ଏମାନଙ୍କୁ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ସ୍କାନରରେ ରଖିଥିବା କହିଛନ୍ତି । ଉକ୍ତ ମର୍ଡର ଘଟଣା ଆଲମଣ୍ଡା ଠାରେ ହେଉଥିବା ଜୁଆ ଆଡ୍ଡା ଲୁଟ୍ ଘଟଣାରୁ ଆରମ୍ଭ ହୋଇଥିବା ବେଳେ ଏହା ହତ୍ୟାକାଣ୍ଡର ରୂପ ନେଇଥିବା କହିଛନ୍ତି । ଏହା ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଛୋଟ ବଡ଼ ଝଗଡ଼ାକୁ ନେଇ ଶତୃତା ରହିଥିବା ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି। ଏହି ବ୍ରିଫିଂ ସମୟରେ ସେଠାରେ ରାୟଗଡ଼ା ଏ ଏସ ପି ରାମେନ୍ଦ୍ର ପ୍ରସାଦ, ରାୟଗଡ଼ା ଏସଡିପିଓ ଗୌରହରି ସାହୁ, ରାୟଗଡ଼ା ସଦର ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ