ବାତ୍ୟା ‘ଅକ୍ୱାନ୍’ ; ୮ଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ- ରାଜସ୍ବ ମନ୍ତ୍ରୀ

ଅବପାତ ଗଭୀର ଅବପାତରେ ପରିଣତ ହେଲାଣି l ଏହା ଆନ୍ଧ୍ର ଉପକୂଳକୁ ଛୁଇଁବ l ଯେତେ ସମୟ ସମୁଦ୍ର ମଧ୍ୟରେ ରହିବ ଅଧିକ ପ୍ରଭାବ ରହିବ l 19ରୁ ବର୍ଷା ଆରମ୍ଭ ହେବ । 19ରେ ଗଞ୍ଜାମ ଗଜପତି ଏବଂ ପୁରୀ ଅରେଞ୍ଜ ଜୋନ୍ ରେ ଅଛି । 20 ରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ବରଗଡ଼, ସୁନ୍ଦରଗଡ଼କୁ ବର୍ଷା ଆଲର୍ଟ ରହିଛି l ତେବେ ବାତ୍ୟା ପୂର୍ବରୁ ସ୍ଥାନାନ୍ତରଣ କାମ ଆରମ୍ଭ ହୋଇ ଗଲାଣି ବୋଲି ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ lସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ୮ଟି ଜିଲ୍ଲା -କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ବାତିଲ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଆଜି ସୁଦ୍ଧା ଜିଲ୍ଲାଗୁଡ଼ିକୁ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ପଠାଯିବ। ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ପ୍ରଶାସନକୁ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ଅଧିକ ପଢନ୍ତୁ