ବାରଙ୍ଗ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିକଟରେ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ହଷ୍ଟେଲ ପାଖରେ ୧୦ ଫୁଟ ଲମ୍ବର ଅଜଗର । ଭୁବନେଶ୍ୱର ସ୍ଥିତ ବାରଙ୍ଗ ଅରିଲୋ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିକଟରୁ ପ୍ରାୟ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି ।ଏନେଇ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଅଜଗରଟିକୁ ଜନବସତିଠାରୁ ଦୂର ଏକ ସୁରକ୍ଷିତ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯାଇଛି । ସେପଟେ ହଷ୍ଟେଲ ନିକଟରୁ ଅଜଗର ଉଦ୍ଧାର ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଅଧିକ ପଢନ୍ତୁ