ବାଲିଅନ୍ତା ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଉଛି : ଉପ ମୁଖ୍ୟମନ୍ତ୍ରୀ କେଭି ସଂଦେଓ

ବାଲିଅନ୍ତା ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ଜବାବ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସଂଦେଓ। ସେ କହିଛନ୍ତି ଯେ ପୋଲିସ ଉପରେ ଡର କମିଯିବା କହିବା ଠିକ୍ ନୁହେଁ । ଅସାମାଜିକ ବ୍ୟକ୍ତିଙ୍କୁ କଠୋର ଭାବରେ ଦମନ କରାଯିବ । ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ତଦନ୍ତ କରି ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେଉଛି । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂଦେଓ। ସୂଚନାଯୋଗ୍ୟ, ନିଆଳି ବାହାରାଣରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାରୁ ବିରୋଧ କରିଥିଲେ ଯୁବତୀ । ଘଟଣାକୁ ନେଇ ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଯୁବକ । ଏନେଇ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ ଉତ୍ୟକ୍ତ ଲୋକେ । ଲୋକଙ୍କ ମାଡରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ଏବେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅଧିକ ପଢନ୍ତୁ