ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର । ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି । ଏପରିକି ଭିକ୍ଷାବୃତ୍ତି ଉପରେ ବି ରୋକ ଲାଗିଛି । ରେଳବାଇ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ ଅତିରିକ୍ତ ଶ୍ଳୁକ (ଏକ୍ସେସ୍ ଚାର୍ଜ) ରାଶିକୁ ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜୋରିମାନା ଅନାଦେୟ କ୍ଷେତ୍ରରେ ସମ୍ପୃକ୍ତ ମାମଲାକୁ ସକ୍ଷମ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।। ନୂତନ ନିୟମ ଅନୁଯାୟୀ, ଟ୍ରେନରେ ଧୂମପାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨,୦୦୦ ଜରିମାନା କରାଯିବ। ରେଳ ପରିସରରେ ବିନା ଲାଇସେନ୍ସରେ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ନିୟମ କଡ଼ାକଡ଼ି କରିଛି। ରେଳବାଇ ଆଇନର ଧାରା 144 ଅନୁଯାୟୀ, ଏପରି ମାମଲାରେ ଏବେ ୨,୦୦୦ ଜରିମାନା ଲାଗୁ ହେବ। ଯଦି ବ୍ୟକ୍ତି ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କୋର୍ଟରେ ବିଚାର କରାଯିବ। ଦୋଷୀ ସାବ୍ୟସ୍ତ ହେଲେ, କୋର୍ଟ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିବ ।ସେହିପରି ଟ୍ରେନ ଏବଂ ଷ୍ଟେସନ ପରିସରରେ ଭିକ୍ଷା ମାଗିବାକୁ ଅନୁମତି ଦିଆଯିବ ନାହିଁ । ଅଧିକୃତ ରେଳ କର୍ମଚାରୀମାନେ ଏପରି ବ୍ୟକ୍ତିମାନଙ୍କୁ ତୁରନ୍ତ ବାହାର କରିପାରିବେ । ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତି ବାରମ୍ବାର ବେଆଇନ ଭାବରେ ଏହି ନିୟମଗୁଡ଼ିକୁ ବିକ୍ରି କିମ୍ବା ଉଲ୍ଲଂଘନ କରୁଥିବା ଧରାପଡ଼ନ୍ତି, ଏବଂ ଚତୁର୍ଥ ଥର କିମ୍ବା ତା’ଠାରୁ ଅଧିକ ଥର ଏପରି କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କ୍ଷେତ୍ରରେ, ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ₹୫,୦୦୦ ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
