Oplus_131072

ବିଶ୍ୱ ଜଳାନ୍ତକ ଦିବସ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ ଜଳାନ୍ତକ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପିଏମଶ୍ରୀ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ବିଦ୍ୟୁତ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା,ପ୍ରାଣୀ ଚିକିତ୍ସକ ଡା. ରାଜେଶ୍ୱରୀ ବିଶୋଇ,ଶିକ୍ଷକ ଲକ୍ଷ୍ମୀଧର ସାହୁ, ସ୍ଵାଗତିକା ଦଳେଇ, ସୌଦାମିନୀ ପ୍ରଧାନ ପ୍ରମୁଖ ଯୋଗଦେଇ  ଜଳାନ୍ତକ ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କେବଳ ସଚେତନତା ଏବଂ ପ୍ରତିଷେଧକ ହିଁ ଏହାର ଏକମାତ୍ର ଉପାୟ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଜଳାନ୍ତକ  ଏକ ମାରାତ୍ମକ ଭୂତାଣୁଜନିତ  ରୋଗ, ଯାହା ମୁଖ୍ୟତଃ କୁକୁର, ବିରାଡ଼ି, ମାଙ୍କଡ଼ ଆଦି  ପ୍ରାଣୀଙ୍କ କାମୁଡ଼ିବା କିମ୍ବା ସେମାନଙ୍କ ଲାଳ ମାଧ୍ୟମରେ ମଣିଷ ଶରୀରକୁ ବ୍ୟାପିଥାଏ। ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ବିଶ୍ୱ ଜଳାନ୍ତକ ଦିବସ ଭାବରେ ପାଳନ କରାଯାଏ।ଏହି ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଏହାର ପ୍ରତିରୋଧ ପାଇଁ ପଦକ୍ଷେପ ନେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।ମାଇକ୍ରୋବାୟୋଲୋଜିଷ୍ଟ ଲୁଇ ପାଶ୍ଚରଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ, ଯିଏକି ବିଶ୍ୱର ପ୍ରଥମ ଜଳାନ୍ତକ ପ୍ରତିଷେଧକ ପ୍ରସ୍ତୁତ କରିଥିଲେ। ଆଜି ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଅଧିକ ପଢନ୍ତୁ