୮ ହଜାର ଟଙ୍କା ଲାଞ୍ଚ ନେଇ ହରଡ଼ ଘଣାରେ ପୋଲିସ । ଅନୁଗୋଳ ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ ।ମାମଲାର ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୋଗକାରୀ ବିମଳବେଡ଼ାର ଲକ୍ଷ୍ମୀଧର ସାହୁଙ୍କ ଠାରୁ ନେଉଥିଲେ ଲାଞ୍ଚ । ଭିଜିଲାନ୍ସ ଜାଲରେ ପଡ଼ିଥିବା ASI ସୀତା ନାୟକଙ୍କର ୩ଟି ସ୍ଥାନରେ ଚାଲିଛି ରେଡ୍ । ଢେଙ୍କାନାଳ ଭୁବନ ବ୍ଲକ ଅଧୀନସ୍ଥ ଅଁଳାପାଳ ଗାଁରେ ଥିବା ଶାଶୁଘର, ଜରପଡାସ୍ଥିତ ଭଡ଼ାଘର, ଥାନା କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ଅନୁଗୁଳ ଭିଜିଲାନ୍ସ ଟିମ୍ ସହ ଢେଙ୍କାନାଳ ଓ କଟକ ଟିମ୍ ସାମିଲ । ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସେହିପରି ଅଭିଯୁକ୍ତ ଏଏସଆଇଙ୍କ ଚଳ ଓ ଅଚଳ ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଲାଞ୍ଚ କାରବାର ବିରୋଧରେ ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ।
