ନେପାଳରେ ପ୍ରକୃତିର ଗୋଟିଏ ବିପଦରୁ ଲୋକେ ଏଯାଏଁ ମୁକୁଳିପାରି ନାହାନ୍ତି, ଏତିକି ବେଳେ ପୁଣି ଆସିଛି ଆଉ ଏକ ବଡ଼ ଝଟକା। ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଥିବା ନେପାଳରେ ଏବେ ଅନୁଭୂତ ହୋଇଛି ୫.୩ ତୀବ୍ରତାର ଭୂକମ୍ପ। ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୫୩ ମିନିଟ୍ ସମୟରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଲୋମନ୍ଥାଙ୍ଗ ଅଞ୍ଚଳରେ ଥିଲା ବୋଲି NCS ପକ୍ଷରୁ ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା ।ସେହିପରି ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୯ ବୋଲି ଜଣାପଡିଛି । ଭୂକମ୍ପ ଝଟକା ୫ଟା ୪୪ ମିନିଟରେ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଥିଲା ।
