ଯିବାକୁ ପଡିବନି ବ୍ୟାଙ୍କ,ଏବେ ଏଟିଏମ୍‌ରୁ ମିଳିବ ଡେବିଟ୍ ଓ କ୍ରେଡିଟ୍ କାର୍ଡ

ଏଟିଏମରୁ ଏବେ କେବଳ କ୍ୟାସ ବାହାରିବନି। ଏବେ ଏଟିଏମ୍‌ରୁ ବାହାରିବ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ। ଏବେ ଏଟିଏମ ମେସିନ୍‌ରୁ ହିଁ ତୁରନ୍ତ ଜାରି ହୋଇପାରିବ ଡେବିଟ୍ କାର୍ଡ, କ୍ରେଡିଟ୍ ଏବଂ NCMC କାର୍ଡ। ଏହି ନୂଆ ଟେକ୍ନୋଲୋଜି ଏଟିଏମକୁ ଆର୍ଥିକ ସେବା ବିଭାଗର ସଚିବ ସଞ୍ଜୟ ଲୋହିଆ ଲଞ୍ଚ କରିଛନ୍ତି। ନୂଆ ଆଣ୍ଡ୍ରଏଡ ବେସଡ୍ ATM ଗ୍ରାହକଙ୍କ ତଥ୍ୟ ଆଧାରରେ ପର୍ସନାଲାଇଜ୍ଡ୍ RuPay ଡେବିଟ୍ କାର୍ଡ, କ୍ରେଡିଟ୍ ଏବଂ NCMC କାର୍ଡ ତୁରନ୍ତ ଜାରି କରିପାରିବ , କାର୍ଡ ପାଇବା ପାଇଁ ବ୍ୟାଙ୍କ ଶାଖାକୁ ଯିବା ଏବଂ ଘରକୁ ଫିଜିକାଲ୍ କାର୍ଡ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ |ଏଟିଏମ୍ ମାଧ୍ୟମରେ ଆଗାମୀ ଦିନରେ ଚେକ୍ ଜମା କରିବା, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଲୋନ୍ ପାଇଁ ଆବେଦନ କରିବା ଭଳି ସୁବିଧା ମଧ୍ୟ ମିଳିପାରେ। ଏହା ସହିତ ୟୁପିଆଇ ପେମେଣ୍ଟ ଗ୍ରହଣ କରୁଥିବା ଦୋକାନୀ ଏବଂ ବ୍ୟବସାୟୀଙ୍କ ପାଇଁ Merchant QR Code ତିଆରି କରିବାର ସୁବିଧା ମଧ୍ୟ ରହିବ। ଅର୍ଥାତ୍, ଭବିଷ୍ୟତର ଏଟିଏମ୍ କେବଳ ଟଙ୍କା ଉଠାଇବା ମେସିନ୍ ନୁହେଁ, ବରଂ ଏକ ଛୋଟ ଡିଜିଟାଲ୍ ବ୍ୟାଙ୍କିଂ ସେଣ୍ଟର୍ ଭଳି କାମ କରିପାରେ।ତେବେ ଏହି ସୁବିଧା ଏବେ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ବର୍ତ୍ତମାନ ୯ଟି ବ୍ୟାଙ୍କ, NPCI ଏବଂ ଏଟିଏମ ନିର୍ମାତା କମ୍ପାନୀମାନଙ୍କ ସହିତ ଏହି ସମାଧାନର ସମ୍ଭାବନା ଏବଂ ବ୍ୟବହାରିକତା ନେଇ ଆକଳନ କରୁଛନ୍ତି। ଏହି ୯ଟି ବ୍ୟାଙ୍କ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI,ବ୍ୟାଙ୍କ ଅଫ୍ ବରୋଦା,ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ବା PNB,ବ୍ୟାଙ୍କ ଅଫ୍ ଇଣ୍ଡିଆ,ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ସ୍ଲାଇସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏବଂ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ। ଏହି ବ୍ୟାଙ୍କଗୁଡ଼ିକ ଏବେ ଏହି ଟେକ୍ନୋଲୋଜିକୁ ବୁଝିବା ସହ ଏହାକୁ ବ୍ୟାଙ୍କିଂ ସେବାରେ କିପରି ବ୍ୟବହାର କରାଯାଇପାରିବ, ସେନେଇ ଆକଳନ କରୁଛନ୍ତି।

ଅଧିକ ପଢନ୍ତୁ