ମତ୍ସ୍ୟଜୀବୀଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ପରେ ୧ ୩ ତାରିଖରେ ଦକ୍ଷିଣ ୨୪ ପ୍ରଗଣା ଜିଲା କାକଦ୍ୱୀପ ସୁପର ହସ୍ପିଟାଲକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ୧୪ ତାରିଖରେ ଉକ୍ତ ଭଗ୍ନ ଟ୍ରଲରରୁ ଆଉ ଜଣେ ଅଚିହ୍ନା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ, ବନବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି ।ଏନେଇ ମୃତ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେବି ଅନ୍ୟ ୫ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ସମୁଦ୍ରରେ ତଟରକ୍ଷୀ ବାହିନୀ, କାକଦ୍ୱୀପ- ନାମଖାନାର ମତ୍ସ୍ୟଜୀବୀ ସଂଗଠନର ମିଳିତ ତଲାସୀ ଜାରିରଖିଛନ୍ତି । ଶବ ଚି଼ହ୍ନଟ ନିମନ୍ତେ ମୃତ ମତ୍ସ୍ୟଜୀବୀ ପରିବାର ଡିଏନଏ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ଅଧିକ ପଢନ୍ତୁ