ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ! ଆମେରିକାର ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ

ଆମେରିକା ଓ ଇରାନ ଭିତରେ ଭାଙ୍ଗିଲା ଯୁଦ୍ଧବିରାମ। ହୋର୍ମୁଜରେ ଘମାଘୋଟ ଯୁଦ୍ଧ। ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ବମ୍ ବର୍ଷା କଲା ଆମେରିକା। ୟୁଏସ୍‌ ର ସୈନ୍ୟ ହେଲିକପ୍ଟରକୁ ତେହରାନ୍ ଟାର୍ଗେଟ୍ କରିବା ପରେ ଟ୍ରମ୍ପ ଭଡକିଯାଇଛନ୍ତି। ଇରାନ ଉପରେ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ହ୍ୱାଇଟ୍ ହାଉସ କହିଛି ଯେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଖୁବ୍ ଶୀଘ୍ର ଇରାନ ଉପରେ ସୈନ୍ୟ କାରବାର ଆରମ୍ଭ କରିଦେଇଛନ୍ତି । ନିଜର ସୁରକ୍ଷା ପାଇଁ ଆମେରିକା ଆକ୍ରମଣ କରାଯିବ । ଇରାନକୁ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ୟୁଏସ ବାୟୁସେନା ଇରାନର ଅନେକ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ୍ କରିଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଟାର୍ଗେଟ୍ କରାଯାଇଛି । ଡୋନାଲ୍ଡ ଟ୍ରମ୍ପ୍ ଆପାଚୀ ହେଲିକପ୍ଟର କ୍ରାଶ୍ ପଛରେ ଇରାନର ହାତ ଥିବା ଅଭିଯୋଗ କରିବା ପରେ ୟୁଏସ୍ ଆକ୍ରମଣ ଆରମ୍ଭ କରିଛି ।ANI ଅନୁଯାୟୀ, ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଇରାନ ସହିତ ଚାଲିଥିବା ଗତିରୋଧରେ ‘ସମ୍ପୂର୍ଣ୍ଣ ବିଜୟ’ ହାସଲ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ତେହରାନ ସହିତ ଏକ ନୂତନ ପରମାଣୁ ଚୁକ୍ତି ହେବାର ଦୃଢ଼ ସମ୍ଭାବନା ଅଛି ଏବଂ ଆଲୋଚନା ସଠିକ ଦିଗରେ ଅଗ୍ରସର ହେଉଛି।ଆମେରିକାର ଆକ୍ରମଣ ଶେଷ ହେବା ମାତ୍ରେ ଇରାନ ଭୟଙ୍କର ପାଲଟା ଆକ୍ରମଣ କରି ବହରିନ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ସେନା ବେସ୍‌କୁ ଟାର୍ଗେଟ୍ କରିଛି ।IRGC ର ନୌସେନା ବାହିନୀ ଦାବି କରିଛି ଯେ, ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ସେମାନେ ବହରିନରେ ଅବସ୍ଥିତ ଆମେରିକା ନୌସେନାର ପ୍ରସିଦ୍ଧ ଫିପ୍‌ଥ ଫିଫ୍‌କୁ ଘାତକ ଡ୍ରୋନ୍ ସାହାଯ୍ୟରେ ଟାର୍ଗେଟ୍ କରିଛନ୍ତି । ଏହାସହିତ ଜର୍ଡାନରେ ଥିବା ଆମେରିକୀୟ ସାମରିକ ବେସ୍ ଉପରେ ମଧ୍ୟ ଇରାନ ପକ୍ଷରୁ କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଛି । “ଯଦି ଆମେରିକା ନିଜର ଆକ୍ରମଣାତ୍ମକ ମନୋଭାବ ବନ୍ଦ ନକରେ, ତେବେ ଆଗାମୀ ଦିନରେ ଏହାଠାରୁ ଆହୁରି ଭୟଙ୍କର ଏବଂ କଠୋର ଜବାବ ଦିଆଯିବ ।” ବୋଲି ଇରାନ ଚେତାବନୀ ଦେଇଛି ।

ଅଧିକ ପଢନ୍ତୁ