ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ ସେଣ୍ଟ୍ରାଲ ୱାଟର କମିଶନ ଏବଂ ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ରାଜ୍ୟ ଏହି କମିଟିର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଟ୍ରିବ୍ୟୁନାଲରେ ଦାଖଲ କରିବେ ବୋଲି ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।୨୦୨୫ ଜୁଲାଇ ୨୫ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାର ଦେଇଥିବା ଚିଠିର ଉତ୍ତର ବୁଧବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଆଜି ସେ ଚିଠିର ନକଲ ଟ୍ରିବ୍ୟୁନାଲ ଆଗରେ ଉପସ୍ଥାପନ କରାଯାଇଛି । ମହାନଦୀ ଜଳ ବିବାଦରରେ ଉଭୟ ରାଜ୍ୟ ମଧ୍ୟରେ ହୋଇଥିବା ବୈଠକ ଏବଂ ପ୍ରୟାସକୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପକ୍ଷ ରଖିଲେ ଏଜି ।

ଅଧିକ ପଢନ୍ତୁ