ମେ’ ୨ରେ ବାହାରିବ ମାଟ୍ରିକ ରେଜଲ୍ଟ

ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ’ ୨ ତାରିଖରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ । ବୋର୍ଡର ସୂଚନା ଅନୁଯାୟୀ, ମେ’ ୨ ତାରିଖ ଅପରାହ୍ଣ ୪ଟା ସମୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଜାଣିବା ପାଇଁ www.bseodisha.ac.in କିମ୍ବା www.bseodisha.nic.in ୱେବ୍‌ସାଇଟ୍‌କୁ ବ୍ୟବହାର କରିପାରିବେ । ୱେବ୍‌ସାଇଟ୍‌କୁ ଯାଇ ନିଜର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ପ୍ରଦାନ କଲେ ପରୀକ୍ଷା ଫଳ ସ୍କ୍ରିନ୍‌ରେ ଦେଖାଯିବ । ସାଇବର କାଫେ କିମ୍ବା ନିଜ ମୋବାଇଲ୍ ସାହାଯ୍ୟରେ ଘରେ ବସି ମଧ୍ୟ ଖୁବ୍ ସହଜରେ ପିଲାମାନେ ଏହି ସୂଚନା ପାଇପାରିବେ ।

ଅଧିକ ପଢନ୍ତୁ

kc ads