ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨) ଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ରାଉଣ୍ଡର ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଆଡମିଶନ୍ ପାଇଁ ସମଗ୍ର ରାଜ୍ୟରୁ ମୋଟ ୨୫ ହଜାର ୩୩୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପୋର୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ (SAMS) ଓଡ଼ିଶା ୱେବସାଇଟ୍କୁ ଲଗ୍ଇନ୍ କରି ନିଜର ବ୍ୟକ୍ତିଗତ ପ୍ରୋଫାଇଲ୍ରୁ ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ୍ କରିପାରିବେ। ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ନିଜର ମୂଳ ଶିକ୍ଷାଗତ ପ୍ରମାଣପତ୍ର, ମାର୍କସିଟ୍, ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍, ପାସପୋର୍ଟ ସାଇଜ୍ ଫଟୋ ଏବଂ ଆବଶ୍ୟକୀୟ ଆଡମିଶନ୍ ଫି’ ସାଙ୍ଗରେ ନେବା ବାଧ୍ୟତାମୂଳକ।
