ରାଜ୍ୟସଭା ନିର୍ବାଚନ ଅନିୟମିତତା ଅଭିଯୋଗ : CEOଙ୍କୁ ଭେଟିଲା BJD

ରାଜ୍ୟସଭା ନିର୍ବାଚନରେ ଅମିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ପୂର୍ଣ୍ଣ ସେଠୀଙ୍କ ଭୋଟକୁ ନେଇ ଅଭିଯୋଗ ଆଣିଥିଲା ବିଜେଡି ।ଏହି ଦୁଇ ବିଧାୟକ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଂ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ। ବିଜେଡି ଏହାର ପ୍ରତିବାଦ କରିବା ସତ୍ବେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ। ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଜେପି ବିଧାୟକ ଭୋଟ ଦେଇଥିଲେ। ଏହାକୁ ଅଗଣତନ୍ତ୍ରିକ ଅଭିଯୋଗ କରି CEO ଙ୍କୁ ଭେଟିବାକୁ ସମୟ ମାଗିଥିଲା ବିଜେଡି।ସେପଟେ ମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡିର ମୁର୍ଖତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ତାର ଅସ୍ତିତ୍ବ ହରାଇଛି । ବିଜେଡି କଣ କରିବ କିଛି ଜାଣିପାରୁନି । କେବଳ ଖବରରେ ରହିବାକୁ ଚେଷ୍ଟା ଚଳାଇଛି । ସେଥିପାଇଁ ଏଭଳି ମୂଲ୍ୟହୀନ କାର୍ଯ୍ୟ କରୁଛି ।

ଅଧିକ ପଢନ୍ତୁ