ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍ ଡିଜିଙ୍କ ପ୍ରତିକ୍ରିୟା: ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା

ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୁଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି। ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଦୁଇ ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ସେହିପରି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର । କ୍ରାଇମବ୍ରାଞ୍ଚ ଡିଜି ନିଜ ପ୍ରତିକ୍ରିୟାରେ କହିଛନ୍ତି କିଛି ବିଶେଷ ପରିସ୍ଥିତିରେ ମବ୍ ଲିଞ୍ଚିଂ ସେକ୍ସନ ଲଗାଯାଏ। ଜାତି, ଧର୍ମ ଆଧାରରେ ୫ରୁ ଅଧିକଙ୍କ ସଂପୃକ୍ତି ଥିଲେ ଭିଡ଼ ହିଂସା ଧାରା ଲାଗେ । ବିଏନଏସ୍‌ ୧୦୩(୧) ହତ୍ୟା ମାମଲା ରୁଜ୍ଜୁ କରିଛି। ଭିଡ ହିଂସା ପାଇଁ ୧୦୩(୨) ଧାରା ଲଗାଯାଏ। କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇନଥିବାରୁ ଭିଡ଼ ହିଂସା ଧାରା ଲାଗିନି । ପୁଲିସ୍ ସାଧାରଣ ହତ୍ୟା ମାମଲା ରୁଜ୍ଜୁ କରିଛି। ଯାହାଦ୍ଵାରା ନ୍ୟାୟିକ ବିଚାର ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଯେଉଁମାନେ ଘଟଣାସ୍ଥଳରେ ଥିଲେ ସମସ୍ତେ ଯେ ମବ୍ ଲିଞ୍ଚିଂ କରିଛନ୍ତି ତାହା ନୁହେଁ। ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ, ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ। ଅଭିଯୁକ୍ତଙ୍କ ସପକ୍ଷରେ ପୁଲିସ୍‌ ତଦନ୍ତ କରିବା ନେଇ ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ