ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ,ଦଇତାପତି ନିଯୋଗ ସହ ଆଇନ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ । ପୂର୍ବ ବର୍ଷର ଦଳଚକଟା ଘଟଣା ରିପିଟ୍ ନହେବାକୁ ମିଟିଂରେ ଗୁରୁତ୍ବ । ଏହାସହ ଭିଡ଼ ନିୟନ୍ତ୍ରଣ, ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ, ଦର୍ଶନ ପାଇଁ ଭକ୍ତ କେଉଁପଟେ ଯିବେ ଓ କେଉଁଆଡ଼େ ବାହାରିବେ, କେତେ ସମୟ ଦର୍ଶନ ଚାଲିବ, କେତେ ବେଳେ ପହଡ଼ ପଡିବ, ସେନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ଦଇତା ପତି ନିଯୋଗ ଏନେଇ ପରାମର୍ଶ ଦେଇଛି । ଏହା ସହ ବୈଠକରେ ପୁରା ପ୍ରସ୍ତୁତି ନେଇ ହୋଇଛି ଆଲୋଚନା । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ ସେନେଇ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ରାଜ୍ୟ ଅତିଥି ଭବନରେ ବିଭିନ୍ନ ସେବାୟତ ନିଯୋଗକୁ ଡାକି ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ