ରାଜଧାନୀରେ ନକଲି NIA ଅଫିସର,ଆଇଡି ଯାଞ୍ଚ ପରେ ଖୋଲିଲା ଗୁପ୍ତ ରହସ୍ୟ

ରାଜଧାନୀରେ ଏକ ଚାଞ୍ଚଲ୍ୟକର କରିଦେବା ଘଟଣା ସାମ୍ନାକୁ ଆସିଛି । ଜଣେ ନକଲି NIA ଅଫିସର ଭାବେ ନିଜକୁ ପରିଚୟ ଦେଇ ଦୀର୍ଘଦିନ ଧରି ଠକେଇ କରୁଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି ।ଅଭିଯୁକ୍ତର ନାଁ ଆଶିଷ ରେଡି ।  ସେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି ।  ଜଣେ ମହିଳାଙ୍କ ଗ୍ୟାଙ୍ଗ ରେପ୍ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବାକୁ ଆସିଥିଲା ଅଭିଯୁକ୍ତ ।  ନିଜକୁ NIA ଅଫିସର ପରିଚୟ ଦେଇ ପୋଲିସକୁ ଧମକଚମକ ମଧ୍ୟ ଦେଉଥିଲା ।  ଫିଲ୍ମ ଷ୍ଟାଇଲରେ NIA ଲୋଗୋ ଲାଗିଥିବା ଜ୍ୟାକେଟ୍ ପିନ୍ଧି ବୁଲୁଥିବା ବେଳେ ସନ୍ଦେହ ହୋଇଥିଲା ପୋଲିସର ।  ପରେ ତାଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବା ପରେ ସାମ୍ନାକୁ ଆସିଥିଲା ଅସଲ ଚିତ୍ର ।  ନକଲି ପରିଚୟ ଦେଇ ଲୋକଙ୍କୁ ଧମକ ଦେବା ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଥିବା ସନ୍ଦେହ କରୁଛି ପୋଲିସ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ଏହି ଘଟଣା ରାଜଧାନୀରେ ଆଇନ ଶୃଙ୍ଖଳା ପ୍ରତି ଲୋକଙ୍କ ସଚେତନତାକୁ ଆଉ ଏକଥର ଜାଗ୍ରତ କରିଛି ।

ଅଧିକ ପଢନ୍ତୁ