ପୁଣି ଫେରିଲା ଶୀତ ଲହରି । ଟ୍ବିନ୍ ସିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ । ରାଜଧାନୀ ଭୁବନେଶ୍ବର ତୁଳନାରେ କଟକରେ ଅନୁଭୂତ ହୋଇଛି ପ୍ରବଳ ଥଣ୍ଡା । ତେବେ ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ରାତି ତାପମାତ୍ରା । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ରାତି ତାପମାତ୍ରା ୭୨ ବର୍ଷରେ ସବୁଠୁ କମ୍ । ୧୯୫୩ରୁ ରେକର୍ଡ ହୋଇଥିଲେ ବି କେବେ ଏତେ ତଳକୁ ଯାଇ ନଥିଲା ପାରଦ। ।ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ଭିତରେ ଲଘଚୁାପ ଘନୀଭୂତ ହୋଇ ଅବତାର ରୂପ ନେବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବନି । କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
