ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି

ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ପ୍ରଦାନ କରାଯାଇଛି । ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ପହଞ୍ଚାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ