ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଦୁଇଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ କରିପାରନ୍ତି ଆଲୋଚନା ।ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକର ନିର୍ଯ୍ୟାସ, ରାଜନୈତିକ ପ୍ରସ୍ତାବ ତଥା ତୃଣମୂଳ ସ୍ତରରୁ ଆସିଥିବା ତଥ୍ୟକୁ ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଉପସ୍ଥାପନ କରିପାରନ୍ତି । ଏହାସହ ବିଭିନ୍ନ ନିଗମ ଏବଂ ବୋର୍ଡ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଆଲୋଚନା ହୋଇପାରେ ।ମନମୋହନଙ୍କ ଏହି ଗସ୍ତ ଉପରେ ଏବେ ରାଜ୍ୟ ଭାଜପା ମହଲର ନଜର ରହିଛି।
