“ରାୟଗଡ଼ାରେ ଗ୍ୟାଙ୍ଗ ୱାର”ଗୋଡେଇ ଗୋଡେଇ ଗୁଳିକରି ଅପହରଣ ଓ ହତ୍ୟା

ରାୟଗଡ଼ ୧୦/୦୫ ରାୟଗଡା ସହରର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗତକାଲି ରାତି ୧୦.୩୦ ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଯୁବକଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଦୁଇ ରାଉଣ୍ଡ ଫାଇରିଂ ହୋଇଥିବା କୁହାଯାଇଛି। ବନ୍ଧୁକ ମୁନରେ ଜଣେ ଯୁବକକୁ ହତ୍ଯା କରାଯାଇଛଥିବା ବେଳେ ଏଭଳି ଘଟଣାକୁ ନେଇ ଭୟଭୀତ ପରିବେଶ ସୃଷ୍ଟି ହୋଇଛି । ମୃତ ଯୁବକ ଜଣକ ହେଲେ ଆମ୍ବେଦକର ଅଞ୍ଚଳର ହାଡପା ନିଖିଲ। ଗତକାଲି ରାତି ୧୦ଟା ସମୟରେ ଯୁବକକୁ ଫାଇରିଂ କରିବା ପରେ ଅଭିଯୁକ୍ତ ମାନେ ଅପହରଣ କରି ନେଇଯାଇଥିଲେ। ଆଜି ସକାଳୁ ସହରର କଣ୍ଡାତୁମ୍ବିଗୁଡା ନିକଟରେ ଥିବା ନାଗାବଳୀ ନଦୀ ପଠାରେ ନିଖିଲ ର ମୃତ ଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ନିଖିଲର ନାମରେ ଅନେକ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ଏକ ଗ୍ଯାଙ୍ଗ୍ ୱାର୍ ବୋଲି ମୃତକର ମାଁ ଅଭିଯୋଗ କରିଥିବା ବେଳେ କେଉଁ କାରଣ ଯୋଗୁଁ ହତ୍ଯାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନି। ଯୁବକଙ୍କ ଗୋଡ଼ରେ ଏବଂ ଜଙ୍ଘରେ ଗୁଳି ବାଜିଥିବା ଜଣା ପଡିଛି l ଦୁର୍ବୁତ୍ତ ମାନେ ଆହତ ହାଡ଼ପା ନିଖିଲ କୁ ଅପହରଣ କରି ରିଂ ରୋଡ ପଟେ ନେଇ ଚାଲିଯାଇଥିଲେ ବୋଲି ଶୁଣିବାକୁ ମିଳିଛି । ଘଟଣା ସ୍ଥଳରେପୋଲିସ ସାଇନଟିଫିକ୍ ଟିମ୍ ଓ ଟାଉନ୍ ପୁଲିସ ପହଞ୍ଚି ତଦନ୍ତ କରୁଛି। ସେହିପରି ଘଟଣାସ୍ଥଳରେ ଏକ (ଫୁଟା ଗୁଳି ଖୋଳ )ଖୋକା ଜବତ କରିଛି ପୁଲିସ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛା‌ୟା ଖେଳିଯାଇଛି । ଏବଂ ଘଟଣାସ୍ଥଳରେ ଏକ ପ୍ରକାର ଚାପା ଉତ୍ତେଜନା ଲାଗିରହିଛି। ଏ ନେଇ ରାୟଗଡ଼ା ଏସ ପି ଏସ ସ୍ୱାତୀ କୁମାର କହିଛନ୍ତି ଅତିଶୀଘ୍ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ