ରାୟଗଡା -ଗଣତନ୍ତ୍ର ବଞ୍ଚାଅ, ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ରାୟଗଡା ସ୍ଥିତ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ବିଜେପି ତରଫରୁ ଗଣତନ୍ତ୍ର ବଞ୍ଚାଅ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ବିଜେପି ଓଡିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଯୋଗ ଦେଇ ବର୍ତ୍ତମାନ ଦେଶରେ କିଛି ବିରୋଧୀ ଶକ୍ତି ଲୋକତନ୍ତ୍ରକୁ ଦୁର୍ବଳ କରି ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିରୋଧୀ ଦଳଗୁଡିକୁ କିଛି ପ୍ରସଙ୍ଗ ନ ମିଳିବା ଯୋଗୁଁ ବିଭିନ୍ନ ସମୟରେ ଭୋଟ ଚୋରି ଅଭିଯୋଗ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇ ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆମେ ଲୋକଙ୍କୁ ସଚେତନ କରିବା ସହ ଯୁବଗୋଷ୍ଠୀଙ୍କୁ ସଚେତନ କରାଉଛୁ ବୋଲି କହିଛନ୍ତି। ଭାରତରେ ଅରାଜକତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିରୋଧୀ ଦଳ ଓ ଦେଶ ବିରୋଧୀମାନେ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚକ୍ରାନ୍ତ କରୁଛନ୍ତି। କିନ୍ତୁ ସେମାନଙ୍କ ଏହି ଅପଚେଷ୍ଟା ଭାରତରେ କେବେ ସଫଳ ହେବନାହିଁ l ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ବଳରେ ଭାରତ 4 ର୍ଥ ନୀତିରେ ପହଁଚିଛି ଓ ଆଗାମୀ ଦିନରେ ତୃତୀୟ ଅର୍ଥନୀତି ଭାବେ ଉଭା ହେବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଶ୍ରମତି ପୁରନ୍ଦେଶ୍ୱରୀ ପ୍ରକାଶ କରିଛନ୍ତି l ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ଅକ୍ଷୟ ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବର ,ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ଜିଲ୍ଲା ବିଜେପି ପ୍ରଭାରୀ ତଥା ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚା ସମ୍ପାଦକ କାଳିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟବସାୟୀ ସମେତ ଶତାଧିକ ବରିଷ୍ଠ ନେତା ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

ଅଧିକ ପଢନ୍ତୁ