ରାୟଗଡ ପ୍ରେସ୍ ୟୁନିଅନ ରାୟଗଡ ର ସଭାପତି ଅମୁଲ୍ୟ ରତ୍ନ ସାହୁ ଙ୍କ ତତ୍ୱା ବୋଧନ ରେ ଆଜି ଶୁକ୍ରବାର ରେ ନୂତନ କାଯ୍ୟକର୍ତ୍ତା ଚୟନ କାର୍ଯ୍ୟକାରିଣୀ ବୈଠକ ରାୟଗଡ ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ଗୃହ ରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଶ୍ରୀ ଅମୁଲ୍ୟ ସାହୁଙ୍କ ଆବାହନ କ୍ରମେ ଏକ ପାଞ୍ଚ ଜଣିଆ ନିର୍ବାଚନ କମିଟି କରାଯିବାକୁ ନିଷ୍ପତି ନିଆଯଇଥିଲା l ଏବଂ ସେମାନଙ୍କ ନିଷ୍ପତି କୁ ସମସ୍ଥ ସଭ୍ୟ ଗ୍ରହଣ କରିବାକୁ ବୈଠକ ରେ ସହମତି ପ୍ରକାଶ ପାଇଥିଲା l ସଭ୍ୟମାନଙ୍କ ନିଷ୍ପତି କ୍ରମେ ୟୁନିଅନ ର ସୁରେଶ ଚନ୍ଦ୍ର ସାହୁ , ଅମୁଲ୍ୟ ନିସଙ୍କ , ପ୍ରସନ ପଣ୍ଡା , ବି .ଭେଙ୍କଟ ରାବଣା ,ପ୍ରଦୀପ ପତ୍ର ଙ୍କ ଆଲୋଚନା କ୍ରମେ ନୂତନ କମିଟି ନାମକୁ ଉପସ୍ଥିତ ସମସ୍ଥ ସଭ୍ୟଙ୍କ ସାମ୍ନାକୁ ଆଣି ଶ୍ରୀ ଅମୁଲ୍ୟ ସାହୁ ଘୋଷଣା କରିଥିଲେ l

ଶ୍ରୀ ସାହୁ ନୂତନ କମିଟି ଘୋଷଣା କରିବା ପରେ ଉପସ୍ଥିତ ସମସ୍ଥ ସଭ୍ୟ ଏକମତ ଭାବେ ସମର୍ଥନ କରିଥିଲେ l ନୂତନ ଭାବେ ପ୍ରେସ ୟୁନିଅନ ର ସଭାପତି ଭାବେ ଇପିଲି ସର୍ବେଶ୍ୱର ରାଓ ,ଉପସଭାପତି ନରେଶ କୁମାର ପତ୍ର ସାଧାରଣ ସମ୍ପାଦକ ଶିବାଜୀ ଦାଶ , ସହ ସଂପାଦକ ତୁଷାର ରଞ୍ଜନ ସାହୁ ,ଓ କୋଷାଧକ୍ଷ ଭାବେ ଧରଣୀଧର ପଟନାୟକ ଙ୍କୁ ୟୁନିଅନ ଦାୟତ୍ୱ ପ୍ରଦାନ କରାଯାଇଥିବା ବେଳେ ସୁରେଶ ଚନ୍ଦ୍ର ଦାଶ ,ଅମୁଲ୍ୟ ରତ୍ନ ସାହୁ ,ମାଉଡି ବାରିକ ଙ୍କୁ ଉପଦେଷ୍ଟା ମଣ୍ଡଳୀ ଭାବେ ଘୋଷଣା କରାଯାଇଛି l ନବ ନିର୍ବାଚିତ ସଭାପତି ସର୍ବେଶ୍ୱର ରାଓ ୟୁନିଅନ ସାମ୍ବାଦିକଙ୍କ ମଧ୍ୟରେ ବାଛ ବିଚାର ରୁ ଦୂରରେ ରହି ଆମ ୟୁନିଅନ ସହ ଅନ୍ୟ ସାମ୍ବାଦିକ ଙ୍କ ମଙ୍ଗଳ ପାଇଁ ଆମେ ମିଳୀମିସି କାମ କରିବା ବୋଲି କହିଥିଲେ l
