ରିଲ୍ସ କଲେ ଜେଲ ଗଲେ । ୫ ଯୁବକ ଓ ୪ ନାବାଳକକୁ ଗିରଫ କରିଛି ଝାରସୁଗୁଡା ପୋଲିସ

ରିଲ୍ସ କଲେ ଜେଲ ଗଲେ । ୫ ଯୁବକ ଓ ୪ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି । ୫ ଯୁବକଙ୍କ ସହ ୩ଜଣ ନାବାଳକ ହାତରେ ଛୁରା ଧରି ଝାରସୁଗୁଡାରେ ଖାଲି ଏମିତି ଚାଲେ କହି ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏକ ରିଲ କରି ସୋସିଆଲ ମିଡିଆରେ ଛାଡିଥିଲେ।ସୂଚନାଥାଉକି,ବଞ୍ଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଝାରସୁଗୁଡ଼ା SP ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଯଦି କେହି ଏଭଳି ସାଧାରଣ ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରିବେ ତାହେଲେ ପୋଲିସ ହାତବାନ୍ଧି ବସିବ ନାହିଁ ।

ଅଧିକ ପଢନ୍ତୁ