ରେପୋ ରେଟ ଅପରିବର୍ତ୍ତିତ ,ଲୋନ୍-EMI ଉପରେ ପଡି଼ବନି ପ୍ରଭାବ !

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରମୁଖ ନୀତିଗତ ସୁଧ ହାର (ରେପୋ ରେଟ୍)ରେ କୌଣସି ପରିବର୍ତ୍ତନ ନ କରାଯିବାରୁ ହୋମ୍ ଲୋନ୍, କାର୍ ଲୋନ୍ ସମେତ ଅନ୍ୟାନ୍ୟ ଋଣର ଇଏମଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅର୍ଥାତ୍, ଆପଣ ବର୍ତ୍ତମାନ ଯେତିକି ଇଏମଆଇ ଦେଉଛନ୍ତି, ସେହି ପରିମାଣର ଇଏମଆଇ ହିଁ ଆଗକୁ ମଧ୍ୟ ଦେବାକୁ ପଡ଼ିବ।

ଏଥରର ମୁଦ୍ରାନୀତି କମିଟି ବୈଠକରେ ଆରବିଆଇର ମୁଖ୍ୟ ଲକ୍ଷ୍ୟ ଥିଲା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା। ଏହି ଘୋଷଣା ପୂର୍ବରୁ ଦେଶର ଶେୟାର ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ କିଛି ମୌଦ୍ରିକ ନୀତି ବୈଠକରେ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଆସିଛି। ଏହା ପୂର୍ବରୁ ୨୦୨୫ରେ ରେପୋ ରେଟ ୬.୫୦ ପ୍ରତିଶତରୁ କମି ୫.୨୫ ପ୍ରତିଶତକୁ ଆସିଥିଲା। ୨୦୨୨ରୁ ୨୦୨୫ ମଧ୍ୟର ରେକର୍ଡକୁ ଦେଖିଲେ, ଏହି ସମୟସୀମାରେ ପ୍ରାୟ ୧୦ ଥର ରେପୋ ରେଟ୍‌ରେ ପରିବର୍ତ୍ତନ କରାଯାଇଥିଲା।

ଅଧିକ ପଢନ୍ତୁ