ଶୁଣୁନି ଅମାନିଆ ଇସ୍କନ, ପୁଣି କଲା ଅଦିନିଆ ରଥଯାତ୍ରା

ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ନେଇ ବିଜ୍ଞପ୍ତି ଦେଇଛି ଇସ୍କନ । ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁରୀରେ ପୁଣି ତୀବ୍ର ହୋଇଛି ପ୍ରତିକ୍ରିୟା। ଗତବର୍ଷ ମଧ୍ୟ ବିଭିନ୍ନ ଦେଶରେ ଇସ୍କନ ପକ୍ଷରୁ ୮୦ରୁ ଅଧିକ ଥର ଅଦିନିଆ ରଥଯାତ୍ରା କରାଯାଇଛି। ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାରୁ ଇସ୍କନ୍ କ୍ଷାନ୍ତ ରହୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିସହ ଇସ୍କନର ଏପରି ମନମାନୀକୁ ବିରୋଧ କରି ଏହାକୁ ବନ୍ଦ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଛତିଶା ନିଯୋଗ ପକ୍ଷରୁ ଆହ୍ମାନ ଦିଆଯାଇଛି। ଗତ ଐକ୍ୟ ମଣ୍ଡଳୀ ବୈଠକରେ ମଧ୍ୟ ଗଜପତି ଏନେଇ ଇସ୍କନ ଉପରେ ବର୍ଷିଥିଲେ । ଆଗାମୀ ଦିନରେ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ପ୍ରକ୍ରିୟା ଜାରି ରହିବା ସହ ଶେଷରେ ଆଇନର ଆଶ୍ରୟ ନିଆଯିବ କହିଥିଲେ ଗଜପତି ଦିବ୍ୟସିଂହ ଦେବ ।

ଅଧିକ ପଢନ୍ତୁ