Oplus_131072

ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ ):ଶ୍ରମିକ ଶ୍ରମଜୀବୀ ଜନଗଣଙ୍କ ଅଗ୍ରଣୀ ଶ୍ରମିକ ନେତା, ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ ଉପ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଷ୍ଣୁ ଚରଣ ମହାନ୍ତିଙ୍କ ବିୟୋଗରେ ଆଜି ନୟାଗଡ଼ ଜିଲ୍ଲା ସିଆଇଟିୟୁ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷକ ଭବନ ଠାରେ ସାଥୀ ଶରତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଉପସ୍ଥିତ ନେତୃତ୍ୱ ଓ ସମସ୍ତ ସାଥୀଗଣ ବିଷ୍ଣୁ ମହାନ୍ତିଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଏକ ମିନିଟି ନୀରବ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।ବିଭିନ୍ନ ଗଣ ସଂଗଠନର ନେତୃ ବର୍ଗ ବିଷ୍ଣୁ ମହାନ୍ତି ଙ୍କ ଜୀବନୀ ଓ ତାଙ୍କ ଆଦର୍ଶ ଉପରେ ଆଲୋକ ପାତ କରି ସ୍ମୃତି ଚାରଣ କରିଥିଲା ବେଳେ ଛାତ୍ର ଜୀବନରୁ ଦୀର୍ଘ ୫୫ ବର୍ଷ ହେଲା ରାଜନୈତିକ କାର୍ଯ୍ୟ କଳାପ ନିରଳସ ଭାବେ ଅତିବାହିତ କରିଛନ୍ତି ବୋଲି କହିଥିଲେ। କେନ୍ଦ୍ରାପଡା ନିଆଳି ଅଞ୍ଚଳରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ରାଉରକେଲାରେ ଉଚ୍ଚ ଶିକ୍ଷା ଲାଭ କଲା ବେଳେ ଧାରାବାହିକ ଭାବେ କଲେଜ ଓ ଆଇନ କଲେଜର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ପାରିଥିଲେ.।୧୯୭୦ ଦଶକରେ ଛାତ୍ର ନେତୃତ୍ୱ ଭାବେ ଜରୁରୀ ପରିସ୍ଥିତିର ପ୍ରତିବାଦ କରି ସାଲିସ ହୀନ ସଂଗ୍ରାମ ପାଇଁ ମିସା ଆଇନ ବଳରେ ୨୪ ମାସ କାରାବରଣ କରିଥିଲେ ମଧ୍ୟ ବର୍ତ୍ତମାନ ମୋଦୀ ସରକାରଙ୍କ ମିସା ଆନ୍ଦୋଳନ କାରୀ ମାନଙ୍କୁ ଦେଉଥିବା ମାସିକ ଭତ୍ତା କୁ ପ୍ରତ୍ୟାଖ୍ୟାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଶ୍ରମିକ ଓ  ମାଲିକଙ୍କ ଲଢେଇ ରେ ଶ୍ରମିକ ମାନଙ୍କ ସପକ୍ଷରେ ବଳିଷ୍ଠ ଯୁକ୍ତି ଦର୍ଶେଇ ଶ୍ରମିକ ଶ୍ରେଣୀ ପାଇଁ ଅଗ୍ରଣୀ ଦୂତ ଭାବେ କାମ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ମାଟି ମାଆର ଯୋଗ୍ୟ ସନ୍ତାନ ଭାବେ କାମ କରି ସମସ୍ତଙ୍କ ମନ କୁ ଛୁଇଁ ପାରିଥିଲେ। ଶ୍ରୀ ମହାନ୍ତିଙ୍କ ସାଧାରଣ ଜୀବନ ଶୈଳୀ,ସାଥୀ ସୁଲଭ ମନୋଭାବ,ବନ୍ଧୁ ପ୍ରେମୀ, ମିଷ୍ଟ ଭାଷୀ ପାଇଁ ସେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ଶ୍ରମିକ ଶ୍ରେଣୀର ସେ ଥିଲେ ଉଜ୍ଜଳ ତାରକା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ତାଙ୍କର ବିୟୋଗ ଶ୍ରମିକ ଶ୍ରେଣୀର ଲଢେଇ କ୍ଷେତ୍ରରେ ଦାରୁଣ ଆଘାତ ସୃଷ୍ଟି କରିଥିଲା ବେଳେ, ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼, ମୋଦୀ ମୋହନଙ୍କ ନିଯୁକ୍ତି ସଂକୋଚନ ନୀତି,ଆକାଶ ଛୁଆଁ ଦରବୃଦ୍ଧି ନୀତି ଓ ଘରୋଇକରଣ ନୀତି ଆଜି ଶ୍ରମିକ ଶ୍ରେଣୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଆମେ ସବୁ ବର୍ଗର ଶ୍ରମିକ ମାନେ ସଂଗଠନକୁ ସୁଦୃଢ଼ କରି ଆନ୍ଦୋଳନକୁ ଶକ୍ତିଶାଳୀ କରିପାରିଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ଆହ୍ୱାନ ଦେଇଥିଲେ।
     ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଶ୍ୱନାଥ ମହାପାତ୍ର, ସୁରେଶ ସ୍ୱାଇଁ, ଶ୍ରୀକାନ୍ତ ପଟ୍ଟନାୟକ, ଚାପଧାରୀ ରାଉତ, ମଙ୍ଗୁଳି ରାଉତ, ଜୟନ୍ତୀ ଦାସ, ପବିତ୍ର ଇନ୍ଦ୍ରଜିତ, ସବ୍ୟସାଚୀ ସେନାପତି, ସଂଯୁକ୍ତା ସେଠି, କାଳନ୍ଦୀ ନାୟକ,ସୁଶୀଲ ମହାନ୍ତି, ସରୋଜିନୀ ତ୍ରିପାଠୀ, ବିରଞ୍ଚି ପ୍ରଧାନ ଓ ବିରଞ୍ଚି ନାୟକ ପ୍ରମ୍ମୁଖ ବକ୍ତବ୍ୟ ରଖିଥିଲେ।
     

ଅଧିକ ପଢନ୍ତୁ