ସମ୍ପର୍କର ସେତୁ “ଜୁଭେଣ୍ଟିକା” କୁ ନେଇ ପୋଲିସ ପକ୍ଷରୁ ପ୍ରେସମିଟ

ରାୟଗଡ଼ା ତା ୦୭/୦୫ (ନିପ୍ର) ରାୟଗଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଏକ ପ୍ରେସମିଟ ଆୟୋଜନ କରିବା ସହ ରାଜ୍ୟ ସରକାରଙ୍କ ପୋଲିସ ଓ ଜନତା ତଥା ସ୍ଵତନ୍ତ୍ର ଭାବେ ଜୁଭେନାଇଲଙ୍କ ଭିତରେ ରହୁଥିବା ଦୂରତାକୁ ଦୂର କରିବା ନେଇ ଯେଉଁ କାର୍ଯ୍ୟକ୍ରମ ଜୁଭେଣ୍ଟିକା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି ତାହା ସଫଳ କରିବା ପାଇଁ ଏକ ପ୍ରେସମିଟ କରି ଗଣମାଧ୍ୟମକୁ ରାୟଗଡ଼ା ଏସ ପି ସ୍ଵାଥି ଏସ କୁମାର୍ କହିଥିଲେ। ଆସନ୍ତାକାଲି ସମଗ୍ର ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଶୁଭାରମ୍ଭ ହେବାକୁ ଥିବା “ଜୁଭେଣ୍ଟିକା – ସିଡବ୍ଲୁପିଓ ଆଉଟରିଚ୍ ୱିଥ୍ କିଶୋରସେନା” କାର୍ଯ୍ୟକ୍ରମ ସମ୍ପର୍କରେ କିଭଳି ସଫଳ ହେବାସହ ପୋଲିସ୍ ପ୍ରଶାସନ ଜନସାଧାରଣଙ୍କ ଭିତରେ ଏହି କାର୍ଯ୍ୟକ୍ରମ ସମ୍ପର୍କ ଯୋଡ଼ିବାର ଆଉ ଏକ ପାହାଚ ବୋଲି ରାୟଗଡ଼ା ଏସ ପି କହିଛନ୍ତି । ଯାହାକି ଆସନ୍ତାକାଲି ୮ ତାରିଖ ଅପରାହ୍ନ ୪:୦୦ ରୁ ୬:୦୦ ଅପରାହ୍ନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଥାନାରେ ସିଡବ୍ଲୁପିଓ ଓ ପ୍ରତି ଥାନା ଅଧୀନରେ ଥିବା ୫ ଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ନାବାଳକ ତଥା ଜୁଭେନାଇଲ ମାନେ କିଭଳି ଭୟଭୀତ ନ ହୋଇ ପୋଲିସ ସହ ବନ୍ଧୁତ୍ୱ ବ୍ୟବହାର କରିବା ସହ ସହଯୋଗ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ରାୟଗଡ଼ା ଏସପି କହିଛନ୍ତି।

ଅଧିକ ପଢନ୍ତୁ