ସରିଲା CR7 ଯୁଗ : କାନ୍ଦି କାନ୍ଦି ଅଲବିଦା କହିଲେ ରୋନାଲ୍ଡୋ

ଫିଫା ଫୁଟବଲ ବିଶ୍ବକପ କ୍ବାର୍ଟରରେ ସ୍ପେନ ଠାରୁ ହାରିଲା ପର୍ତ୍ତୁଗାଲ। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ବକପ ଜିତିବା ସ୍ବପ୍ନ ସ୍ବପ୍ନରେ ରହିଯାଇଛି । ଚଳିତ ଫିଫା ଫୁଟବଲ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହେବ ବୋଲି ପୂର୍ବରୁ ଘୋଷଣା କରିସାରିଥିବା ଏହି ମହାନ ଖେଳାଳି ନିଜ ଦେଶ ପର୍ତ୍ତୁଗାଲର ପରାଜୟକୁ ରୋକି ପାରିନାହାନ୍ତି । ରାଉଣ୍ଡ ଅଫ୍ ୧୬ରେ ପର୍ତ୍ତୁଗାଲକୁ ରୋମାଂଚକର ଭାବେ ୧-୦ ଗୋଲରେ ପରାସ୍ତ କରି ପୂର୍ବବିଜେତା ସ୍ପେନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।୪୧ ବର୍ଷୀୟ ରୋନାଲଡୋ ନିଜ ବିଶ୍ବକପ କ୍ୟାରିୟରରେ ୨୭ଟି ମ୍ୟାଚରେ ୧୧ଟି ଗୋଲ ଦେଇଛନ୍ତି । ବିଶ୍ବର ପ୍ରଥମ ଫୁଟବଲର ଭାବେ ସେ ୬ଟି ଭିନ୍ନ ବିଶ୍ବକପ ସଂସ୍କରଣରେ ଗୋଲ ସ୍କୋର କରି ଫୁଟବଲ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପବଦ୍ଧ କରିଛନ୍ତି । ପରାଜୟ ପରେ ସେ କହିଛନ୍ତି ଯେ, ଏପରି ଭାବେ ବିଶ୍ୱକପରୁ ବିଦାୟ ନେଉଥିବାରୁ ସେ ଦୁଃଖିତ ଅଛନ୍ତି । ଖେଳରେ ସେ ସବୁ କିଛି ଦେଇଛନ୍ତି । କିନ୍ତୁ ଏବେ ବିଦାୟ ନେବାର ସମୟ ଆସିଛି । ପର୍ତ୍ତୁଗାଲକୁ ସେ ତିନି ଥର ୟୁରୋ କପ୍ ଚାମ୍ପିଅନ୍ କରିଛନ୍ତି । ଯାହା ବିଶ୍ୱକପଠୁ କମ୍ ନୁହେଁ ବୋଲି ରୋନାଲ୍ଡୋ ପ୍ରକାଶ କରିଛନ୍ତି ।ସ୍ପେନ୍ ବିପକ୍ଷ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ରୋନାଲ୍ଡୋ୨୫ମିନିଟ୍ ଧରି ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଏହା ତାଙ୍କ ଶେଷ ମ୍ୟାଚ୍ ନହେଉ ବୋଲି ସେ ପ୍ରକାଶ କରିଥିଲେ । ସେ ନିଜର ଶେଷ ବିଶ୍ୱକପକୁ ଭଲ ଭାବେ ବଞ୍ଚିବାକୁ ଚାହୁଁଥିବା ମଧ୍ୟ କହିଥିଲେ ।

ଅଧିକ ପଢନ୍ତୁ