ସାମନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍‌ ଟ୍ରେନର ଫଟୋ

ମୁମ୍ୱାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ବୁଲେଟ୍ ଟ୍ରେନର ପ୍ରସ୍ତାବିତ ଡିଜାଇନ୍ ସାମନାକୁ ଆସିଛି । ରେଳ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ଟ୍ରେନର ପ୍ରଥମ ଫଟୋରୁ ପ୍ରଦର୍ଶିତ କରାଯାଇଛି ।ଭାରତର ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବ, ଯାହା ୩୨୦ କିମି/ଘଣ୍ଟା ବେଗରେ ୫୦୮ କିଲୋମିଟର ଲମ୍ବା ହାଇ-ସ୍ପିଡ ରେଳ କରିଡର ଅତିକ୍ରମ କରିବ। ଏହି ଟ୍ରେନ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୁରତ ଏବଂ ବିଲିମୋରା (ଗୁଜରାଟ) ମଧ୍ୟରେ ଚାଲିପାରେ।ଏହି କରିଡରରେ ସାବରମତୀ, ଅହମ୍ମଦାବାଦ, ଆନନ୍ଦ, ଭଦୋଦରା, ଭରୁଚ, ସୁରତ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ସମେତ ୧୨ଟି ଷ୍ଟେଶନ ରହିବ। ଏହି ଯାତ୍ରା ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ସମାପ୍ତ ହେବାର ଆଶା କରାଯାଉଛି। ମୁମ୍ବାଇର ବିକେସିରେ ଖନନ କାର୍ଯ୍ୟ ପ୍ରାୟ ୯୧% ସମାପ୍ତ ହୋଇଛି । ସମୁଦ୍ର କୂଳରେ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଘନସୋଲି ଏବଂ ଶିଳଫଟା ମଧ୍ୟରେ ୪.୮ କିଲୋମିଟର ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି ।

ଅଧିକ ପଢନ୍ତୁ