ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ।ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଆସନ୍ତାକାଲି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ । ଓଡ଼ିଶାରେ ମୌସୁମୀ ପହଞ୍ଚି ସାରଥିଲେ ବି ଏପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଛୁଇଁ ନାହିଁ । ଆସନ୍ତାକାଲି ଆଡ଼କୁ ମହରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାରର ଏବଂ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ଆଜି ପାଇଁ ମାଲକାନଗିରି, ରାୟଗଡ଼ା, କୋରାପୁଟ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୩, ୨୪, ୨୫ ଓ ୨୬ ତାରିଖ ପାଇଁ ସମଗ୍ର ରାଜ୍ୟକୁ ମୌସୁମୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
