ସୁପ୍ରିମକୋର୍ଟଙ୍କୁ ମିଳିଲେ ୫ ନୂଆ ବିଚାରପତି : ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଦେଶର ସର୍ବୋଚ୍ଚ ଅଦାଲତ (ସୁପ୍ରିମକୋର୍ଟ)ରେ ପୁଣି ଥରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ୫ ଜଣ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସହିତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ତାଲିକାରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏନେଇ ସୂଚନା କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରଦାନ କରିଛନ୍ତି।

୧- ଜଷ୍ଟିସ ଶୀଲ ନାଗୁ (ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି) ୨- ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର (ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି) ୩- ଜଷ୍ଟିସ ସଞ୍ଜୀବ ସଚଦେବା (ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି) ୪- ଜଷ୍ଟିସ ଅରୁଣ ପଲ୍ଲୀ (ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି) ୫- ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣ୍ୟମ ମୋହନା (V. Mohana)

ଅଧିକ ପଢନ୍ତୁ