ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନୋଟିସ୍ । ଛୋଟ ପିଲାଙ୍କୁ ଧରି ପ୍ରତିବାଦ ଘଟଣାରେ ବିଜେଡି ସଭାପତିଙ୍କ ସମେତ ୭ଜଣଙ୍କୁ ନୋଟିସ୍ । ଗତକାଲି ଝାରସୁଗୁଡ଼ାରେ ଛୋଟପିଲାଙ୍କୁ ଧରି ପ୍ରତିବାଦ କରିଥିଲେ ଦୀପାଳି ଦାସ, ଅଳକା ମହାନ୍ତି, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁ । ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ରାଜନୈତିକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ହେଲେ ଏହି ରାଲିରେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ସାମିଲ କରିଥିଲା ଦଳ। ଏହାକୁ ନେଇ ରାଜନୈତିକସ୍ତରରେ ବିରୋଧ କରାଯାଇଥିଲା। ଏବେ ଏହା ଅଭିଯୋଗକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।
