ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’ । ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ଉପକୂଳରେ ହାଇଆଲର୍ଟ । ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ ।ଗୁରୁବାର ଭୋର ୪ଟାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପବନର ବେଗ କମ୍ ଥିଲେ ହେଁ ଲଗାଣ ବର୍ଷା ଜାରି ରହିଛି। ଦିନ ତମାମ୍ ନିର୍ଧୁମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି।ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
