ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ପୂର୍ବତଟ ରେଳବାଇ, ରେଳ ସୁରକ୍ଷା ବଳ, GRP, ରାଜ୍ୟ ପୁଲିସ ଏବଂ SPG ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରୁଟ୍ ରେ ଥିବା ସମସ୍ତ ଷ୍ଟେସନରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରେଳ ଲାଇନ୍ କଡ଼ରେ ପୁଲିସ ଓ ରେଳ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ମଧ୍ୟ ନଜରଦାରି ବଢ଼ାଯାଇଛି। ଯାତ୍ରା ସମୟରେ ଅନ୍ୟ ଟ୍ରେନ୍ ଚଳାଚଳକୁ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରାଯାଉଛି ।
