ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ମୁନିସିପାଲିଟି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):
ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କନିଷ୍ଠ ଓ ବରିଷ୍ଠ ଉଭୟ ବିଭାଗରେ ଅଂଶଗ୍ରହଣ କରିଥିଲେ। ବକ୍ତୃତା ,ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧ ସଙ୍ଗୀତ ଏବଂ  ନୃତ୍ୟ ଆଦି ବିଭିନ୍ନ ବିଭାଗରେ ମୋଟ ୧୨୧ ଜଣ ପ୍ରତିଯୋଗୀ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ।


ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା  ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ  ସ୍ନେହଲତା ମିଶ୍ରଙ୍କ ସମେତ ସମସ୍ତ କାଉନସିଲରମାନେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଏବଂ କାଉନସିଲର  ଲକ୍ଷ୍ମୀଧର ମହାପାତ୍ର ସମଗ୍ର କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ