ହଠାତ୍ ଶସ୍ତା ହୋଇଗଲା ସୁନା!ଆଜି ୬ ହଜାର ଟଙ୍କା ଖସିଲା ସୁନାର ଦର

ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ପୁଣି ଆସିଛି ଖୁସି ଖବର। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଲଗାତାର ଉତ୍ଥାନ-ପତନ ଜାରି ରହିଥିବା ବେଳେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୫୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୫,୧୦୦ ଟଙ୍କା ଛୁଇଁଛି । ୧୮ କ୍ୟାରେଟ ସୁନା ଦାମ୍ ୯୪,୧୮୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୭୫,୦୦୦ ଟଙ୍କା ହୋଇଛି ।ଅନ୍ତର୍ଜାତୀୟ ବଜାରରେ ସୁନା ଏହି ସପ୍ତାହରେ ପ୍ରାୟ 8.9% ଖସିଛି, ଯାହା ଗତ ଆଠ ମାସ ମଧ୍ୟରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ। ସୁନା ଦର ହ୍ରାସ ପାଇବାର ଏକ ବଡ଼ କାରଣ ହେଉଛି ଆମେରିକାରେ ଫେଡେରାଲ ରିଜର୍ଭ (Fed) ଦ୍ୱାରା ସୁଧ ହାରରେ ଆଉ ଏକ ବୃଦ୍ଧି ହେବାର ସମ୍ଭାବନା। ମୁଦ୍ରାସ୍ଫୀତି (ମହଙ୍ଗା) ବଢ଼ିଲେ ଫେଡ ସୁଧ ହାର ବଢ଼ାଇ ଦେଇଥାଏ, ଯାହାଫଳରେ ଋଣ ନେବା ମହଙ୍ଗା ହୋଇଯାଏ ଏବଂ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିଥାଏ। ଏଥର ଫେଡେରାଲ ରିଜର୍ଭ ସୁଧ ହାରରେ 25 ବେସିସ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ଯୋଗୁଁ ସୁନା ଦରରେ ହ୍ରାସ ଘଟିଛି।

ଅଧିକ ପଢନ୍ତୁ