ହଷ୍ଟେଲ ଭିତରେ ଛାତ୍ରଙ୍କ ପ୍ରଜାକୋର୍ଟବର୍ବରତାର ସୀମା ଟପିଛି ରିଭଲକଣା ସେବାଶ୍ରମ ପରିସର

ରାୟଗଡ଼ା ତା ୦୪/୦୮ (ନିପ୍ର) ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ବର୍ବରତା ସୀମା ପାର ହୋଇଛି । ରାତି ଅଧରେ ହଷ୍ଟେଲ୍‌ ପରିସରରେ ହୋଇଛି ପ୍ରଜାକୋର୍ଟ । ଏଭଳି ଘଟଣା ରାୟଗଡା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି । ଶିକ୍ଷକଙ୍କୁ ନିର୍ଯ୍ୟାତନା ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଜଣେ ୧୦ମ ଶ୍ରେଣୀର ଛାତ୍ର ନବମ ଶ୍ରେଣୀର ୨୭ ଜଣ ଛାତ୍ରକୁ ବାଡିରେ ନିସ୍ତୁକ ମାଡ ମାରିଛି । ଅନେକ ଛାତ୍ର ଆହାତ ହୋଇଥିବା ବେଳେ ସଂପୃକ୍ତ ଛାତ୍ରକୁ ଘରକୁ ପଠାଇ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣା ପ୍ରଘଟ ହେବା ପରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।
ହଷ୍ଟେଲ୍‌ ଭିତରେ ରାତି ଅଧରେ ପ୍ରଜାକୋର୍ଟ । ଆଉ ଏହି ପ୍ରଜାକୋର୍ଟରେ ଦଣ୍ଡିତ ହୋଇଛନ୍ତି ନବମ ଶ୍ରେଣୀର ୨୭ଜଣ ଣ ଛାତ୍ର । ହଷ୍ଟେଲ୍‌ ଭିତରେ ସୀମା ପାର ହୋଇଛି ବର୍ବରତା । ବାରମ୍ବାର ମଙ୍ଗଳ ଫଳ ବିଭାଗ ଦ୍ବାରା ଦ୍ବାରା ପରିଚାଳିତ ପଟି ସେବାଶ୍ରମ ମାନଙ୍କରେ କାହିଁକି ଘଟଛୁ ଏଭଳି ଘଟଣା । ଯାହାକୁ ଯାହାକୁ ନେଇ ଏବେ ବୁଦ୍ଦିଜିବୀ ଚିନ୍ତା ପ୍ରକଟ କରିଛନ୍ତି । ଭଲ ଭାବେ ଦେଖନ୍ତୁ ଏହି ଏହି ଦୃଶ୍ୟକୁ ଦୃଶ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ରିବଲକୋଣା ଏସଏସଡି ହାଇସ୍କୁଲର ଦୃଶ୍ୟ । ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଯାଉଛି । ଜଣେ ପରେ ଜଣେ ଛାତ୍ରକୁ ଏହି ଛାତ୍ର ଜଣକ ନଡିଆ ବାହୁଙ୍ଗା ଓ କ୍ରିକେଟ୍ ବେଟରେ ପିଟି ଚାଲିଛନ୍ତି । ନିଜ ନାଁ ଡାକି ଜଣ ଜଣକୁ ପାଖକୁ ଆସିବା ପାଇଁ କହିବା ପରେ ନିସ୍ତୁକ ମାଡ ମାରୁଛି । ପିଲା ମାନଙ୍କ ନଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରି ଚାଲିଛି ଏହି ୧୦ମ ଶ୍ରେଣୀର ଛାତ୍ର ବିଦ୍ୟାଳୟରେ ଲିଙ୍ଗରାଜ ଜୁନିୟର୍ ପିଲା ମାନଙ୍କୁ ଡରାହରା କରୁଥିଲା । ତେବେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଲିଙ୍ଗରାଜ ରାଗରେ ରାତି ୧୨ଟା ସମୟରେ ହଷ୍ଟେଲ ପିଲାଙ୍କୁ ମାଡ ମାରିଛି ।
ଗତ ରବିବାର ରାତି ୧୨ଟା ସମୟରେ ନବମ ଶ୍ରେଣୀର ପିଲା ମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି । ଘଟଣାର ଜନୈକ ୧୦ମ ଶ୍ରେଣୀର ଛାତ୍ର ପିଲା ମାନଙ୍କୁ ମାଡ ମାରୁଥିବା ବେଳେ ତାର କିଛି ସାଥୀ ଛାତ୍ର ପିଲା ମାନଙ୍କୁ ମାଡ ମାରିବା ପାଇଁ ଉତ୍ସାହିତ କରୁଥିଲେ। ପିଲାଙ୍କୁ ମାଡ ମାରିବା ଭିଡିଓକୁ ମଧ୍ଯ ନିଜ ମୋବାଇଲ୍ ରେ ଉଠାଉଛନ୍ତି ଏଭଳି କିଛି ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆହତ ଛାତ୍ର ମାନେ ଅଭିଯୋଗ କରିଛନ୍ତି କିଛି ସିନିୟର୍ ଛାତ୍ର ହଷ୍ଟେଲ ପରିସରରେ ନିଶା କାରବାର କରୁଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ମଙ୍ଗଳ ବିଭାଗର ଗୋଷ୍ଠୀ ମଙ୍ଗଳ ଅଧିକାରୀ ତନାଘନା ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ହଷ୍ଟେଲ ପରିସରରେ ଉକ୍ତ ଅଭିଯୁକ୍ତ ଛାତ୍ର ଅନେକ ଥର ପିଲା ମାନଙ୍କୁ ନିର୍ଯ୍ୟାତନା ଦେଇଛି । ହେଲେ ଭୟରେ ତା ବିରୋଧରେ କେହି ବି ପାଟି ଖୋଲୁନଥିଲେ ।

ଅଧିକ ପଢନ୍ତୁ