୧୫ ବର୍ଷ ପରେ Apple ର CEO ପଦ ଛାଡ଼ିବେ ଟିମ୍ କୁକ୍

ଆପଲ୍‌ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି ।  ୨୦୧୧ ମସିହାରେ ଷ୍ଟିଭ୍ ଜବସ୍‌ଙ୍କ ମୃତ୍ୟୁ ପରେ କମ୍ପାନିର ଦାୟିତ୍ୱ ନେଇଥିବା କୁକ୍ ଆପଲ୍‌କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି ।  ଏବେ ସେପ୍ଟେମ୍ବର ୧ ତାରିଖରୁ, ହାର୍ଡୱେର୍ ଇଞ୍ଜିନିୟରିଂର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଟର୍ନସ୍ କମ୍ପାନିର ନୂତନ ସିଇଓ ହେବେ। ଏହି ଖବର ଆପଲ୍‌ର ଭବିଷ୍ୟତ ଏବଂ ଟେକ୍ ଜଗତରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି । ଜନ୍ ଟର୍ନସ୍ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ନୂତନ ଭୂମିକା ଗ୍ରହଣ କରିବେ। ଟିମ୍ କୁକ୍ ଏବେ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ। ଜନ୍ ଟର୍ନସ୍ ଗତ ୨୫ ବର୍ଷ ଧରି ଆପଲ୍‌ରେ ଅଛନ୍ତି।ସ୍ୱାସ୍ଥ୍ୟଗତ କାରଣରୁ ଷ୍ଟିଭ୍ ଜବ୍ସ ସିଇଓ ପଦ ଛାଡିଥିଲେ। ଟିମ୍ କୁକ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଇସ୍ତଫା ବିଷୟରେ ଅନେକ ବର୍ଷ ଧରି ଗୁଜବ ପ୍ରଚାରିତ ହେଉଥିଲା ଏବଂ ସେ ସିଇଓ ପଦ ଛାଡିପାରନ୍ତି ବୋଲି ଅନୁମାନ ଶେଷରେ ଏହାକୁ ନିଶ୍ଚିତ କରିଛି। ତଥାପି, ଟିମ୍ କୁକ୍ କମ୍ପାନୀରୁ ସମ୍ପୂର୍ଣ୍ଣ ଭାବରେ ଇସ୍ତଫା ଦେବେ ନାହିଁ।

ଅଧିକ ପଢନ୍ତୁ